ମାହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁ୍କ୍ତି ଯୋଜନା(MGNREGA)
ମାହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଲ ଲୋକମାନଙ୍କୁ ବର୍ଷକୁ ୧୦୦ ଦିନର ନିଶ୍ଚିତ କାମଯୋଗାଇ ଦିଆଯାଏ ା ଉଦିଷ୍ଟ ମାହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ଯୋଜନା ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟ କାରୀ ହେଉ ଥିବା ଅଞ୍ଚଲ ଅବା ଦୈବିକ ଦୁର୍ବିପାକ ଘୋଷଣା ସମୟରେ ୧୫୦ ଦୀନର କାମ ଯୋଗାଈ ଦିଆ ଯାଇପାରିବ।ବର୍ତମାନ ମନରେଗାରେ ବଲାଙ୍ଗିର,ନୂଆପଡା ,କଲାହାଣ୍ତି ଓ ବରଗଡ ଗୋଟିଏ ଜବ କାର୍ଡ ପିଛା ୨୦୦ ଦିନର କର୍ମ ନିଯୁକ୍ତି ଯୋଗୀଇବାର ବ୍ୟବସ୍ଥା ରହିଛି,ଏହି ୪ ଜିଲ୍ଲାରେ ମନରେଗା ଅଧୀନରେ ଗୋଟିଏ ଦିନର ମଜୁରୀ ହେଉଛି ୨୮୬ ଟ. ।
ଯୋଜନାର ଉଦ୍ଦେଶ୍ୟ-
-ଗ୍ରାମୀଣ ଶ୍ରମିକ ମାନଙ୍କ ପାଇଁ ମଜୁରି ଭିତ୍ତିକ ଜୀବିକା ଯୋଗାଇବା
- ଗ୍ରାମୀଣ ଜିବନକୁ ଅଧିକ ଶକ୍ତିଶାଲି କରିବା ପାଇଁ ସମ୍ପତ୍ତି ତିଆରି କରିବା
-ଗ୍ରାମପଞ୍ଚାୟତକୁ ଯୋଜନା ଓ ଅଧିକ କାର୍ଯକ୍ଷମ କରିବାକୁ କ୍ଷମତା ପ୍ରଦାନ କରି ସ୍ଥାନୀୟ ପ୍ରଶାସନ ର ସହଭାଗିତା କୁ ଶକ୍ତିଶାଲି କରିବା
-ପ୍ରାଥମିକ ପ୍ରକ୍ରିୟା ମାଦ୍ଧମରେ ସ୍ୱଚ୍ଛତା ଓ ସମର୍ଥ କୁ ସୁଦୃଢ କରିବା
ମନରେଗା ଶ୍ରମିକ ମାନଙ୍କୁ ଦେଇଥିବା ଅଧିକାର
୧-ଗୋଟିଏ ପରିବାରରେ ଥିବା ୧୮ ବର୍ଷ ରୁ ଉର୍ଧ ଜବ କାର୍ଡ ରେ ପଞ୍ଜିକୃତ ହେଇଥିବା ସମସ୍ତ ସଦସ୍ୟ/ସଦସ୍ୟା ୧୦୦ ଦିନର କାର୍ଯ୍ୟ ପାଇଁ ଆବେଦନ କରିପାରିବେ।
୨-ଆବେଦନ କରିବାର ୧୫ ଦିନ ମଧ୍ୟରେ ଶ୍ରମିକ କାମ ପାଇବା ହକ୍ ଦାର୍ ଏବଂ ଶ୍ରମିକ ମାନଙ୍କ କାର୍ଯ୍ୟ ସ୍ଥଲୀ ସେମାନଙ୍କ ଘର ନିକଟରୁ ୫ କି.ମି ମଧ୍ୟରେ ହେବା ଆବଶ୍ୟକ
୩-ଶ୍ରମିକମାନଙ୍କ ଏକ ତୃତୀୟାଂଶ ମହିଲା ଏବଂ ପୁରୁଷ ମହିଲା ସମାନ ମଜୁରୀ ପାଇବେ।
୪-ଦୁର୍ଘଟଣା ଗ୍ରସ୍ଥ ହେଲେ ଡାକ୍ତରି ସାହାଯ୍ୟ,ପାନୀୟ ଜଳ, ଶିଶୁ ପରିଚର୍ଯ୍ୟା।
ପ୍ରାକୃତିକ ସମ୍ବଳ ପରି ଚାଲନା ସମ୍ବନ୍ଧୀୟ ମନରେଗା କାର୍ଯ୍ୟ
👉ଜଳ ସମ୍ବଳ ସଂରକ୍ଷଣ
👉ଜଳ ବିଭାଜିକା ପରି ଚାଲନା
👉ବନୀକକଣ
👉ସାଧାରଣ ଜମି ର ଉନ୍ନତି କରଣ
ବ୍ୟତିଗତ କାର୍ଯ୍ୟ
୧.ଉଦ୍ୟାନ କୃଷି,ମହୁମାଛି ପାଳନ,ବୃକ୍ଷରୋପଣ
୨.କୁକୁଡା ଘର, ଛେଳି ଘର, ଘୁଷୁରୀ ଘର,ଗାଇ ଗୁହାଳ ଏବଂ ଗୋଷ୍ଠିଗତ ଭାବେ ଶୂଖୁଆ ଶାଳ
୩.ରାସ୍ତାଘାଟ ମରାମତି ବା ତିଆରି କରିବା
୪.କୃଷି ପୋଖରୀ,ସେଚ କୂପ ଖନନ, ଗୋବର ଖତ କୁଣ୍ଡ ନିର୍ମାଣ
ଯୋଜନାରେ ସାମିଲ ହେବା ପାଇଁ ଆବଶ୍ୟକ ଦସ୍ତାବେଜ ବା ଜର୍ବ କାର୍ଡ ପାଇଁ ଆବଶ୍ୟକ ଦସ୍ତବେଜ:
୧.ଆଧାର କାର୍ଡ
୨. ବ୍ୟାଙ୍କ ଜମା ଖାତା
୩. ପଞ୍ଚାୟତ ର ସ୍ଥାୟୀ ବାସିନ୍ଦାର ପ୍ରମାଣପତ୍ର
~ଉପରୋକ୍ତ ସମସ୍ତ ତଥ୍ୟ ବିଭିନ୍ନ ଇଣ୍ଟରନେଟ ଉସ୍ୱ ରୁ ସଂଗୃହୀତ.........
No comments:
Post a Comment